ମଧୁବାବୁ ଭତ୍ତା ଯୋଜନା
୧୯୭୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୟସ ନିର୍ବିଶେଷରେ ବିଧବା, ନିରାଶ୍ରୟ, କୁଷ୍ଠରୋଗମୁକ୍ତ ମାନଙ୍କୁ ବର୍ଦ୍ଧକ୍ୟ / ବିଧବା ଭତ୍ତା ଏବଂ ୫ବର୍ଷରୁ ଉର୍ଦ୍ଧ ଶାରୀରିକ ଅକ୍ଷମ, ଦୃଷ୍ଟିହୀନ, ମୁକ ଓ ବଧିର ଏବଂ ମାନସିକ ଅନଗ୍ରସର ମାନଙ୍କୁ ଭତ୍ତା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳାମାନଙ୍କୁ ମଧ୍ୟ ଏହି ଭତ୍ତା ଯୋଜନାର ଅନ୍ତର୍ଭୂକ୍ତ କରାଯାଇଛି ।
- ଏହି ଭତ୍ତା ପାଇବା ପାଇଁ ଆବେଦନକାରି ନିମ୍ନଲିଖିତ ସର୍ତ୍ତ ପୂରଣ କରିବା ଦରକାର ।
- ପରିବାର ଆୟ ବାର୍ଷିକ ୨୪୦୦୦/-ରୁ ଉର୍ଦ୍ଧ ହୋଇନଥିବ ।
- ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବ ।
- ଆବେଦନକାରୀ ଫୌଜଦାରୀ କିମ୍ବା ମକୋଦମାରେ ଲିପ୍ତ ନଥିବେ ।
- ବିପିଏଲ୍ ତାଲିକାଭୁକ୍ତ ପରିବାରର ଆବେଦନକାରୀଙ୍କ ନିମନ୍ତେ କୌଣସି ଆୟସୀମା ନାହିଁ ।
- ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଭିନ୍ନକ୍ଷମତାର ପରିମାଣ ୪୦%ରୁ ଉର୍ଦ୍ଧ ହୋଇଥିବା ଦରକାର ।
ଏହି ଭତ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ସଂପୃକ୍ତ ଉପଜିଲ୍ଲାପାଳ ମଞ୍ଜୁରୀ କରିଥାନ୍ତି ।
ଏହି ଭତ୍ତା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ପ୍ରତ୍ୟେକ ମାସ ୧୫ ତାରିଖରେ (ଜନସେବା ଦିବସରେ) ଗ୍ରାମ ପଞ୍ଚାୟତ ମୁଖ୍ୟ ଆବସରେ ପ୍ରଦାନ କରାଯାଇଥାଏ ।
୮୦ବର୍ଷରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ମାସିକ ୫୦୦ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଇଥାଏ ।
ଏହି ଭତ୍ତାବାବଦର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।
ଯାଆନ୍ତୁ: http://ssepd.gov.in/?q=node/26
ସ୍ଥାନ : ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ,ଅନୁଗୋଳ | ସହର : ଅନୁଗୋଳ | ପିନ କୋଡ୍ : 759122