ଶିଳ୍ପ
ଅନୁଗୋଳ ର ଭୌଗଳିକ ଅବସ୍ଥିତି, ପ୍ରଚୁର ମାନବ ସମ୍ବଳ ଓ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଯୋଗୁ ଜିଲ୍ଲା ର ଶିଲ୍ପ ପ୍ରଗତି ରେ ସହାୟକ ହୋଇଛି । ଜିଲ୍ଲା ର ପ୍ରମୁଖ ସାଧାରଣ ଊଦ୍ୟୋଗ ମଧ୍ୟ ରେ ନାଲକୋ, ଏନଟିପିସି, ଏମସିଏଲ ଅନ୍ୟତମ । ଏହା ବ୍ୟତୀତ ଅନେକ ଗୁଡିଏ ବେସରକାରୀ ଇସ୍ପାତ ଓ ଶକ୍ତି ଊଦ୍ୟୋଗ ଏହି ଜିଲ୍ଲା ରେ ଅବସ୍ଥିତ । ଏହିସବୁ କାରଣରୁ ଆଜି ଅନୁଗୋଳ ରାଜ୍ୟର ଏକ ପ୍ରମୁଖ ଶିଳ୍ପ ସହର ଭାବେ ମାନ୍ୟତା ପାଇଅଛି ।
ବୃହତ ଓ ଅତି ବୃହତ ଶିଳ୍ପ
କ୍ର. ନ. | ୟୁନିଟ ର ନାମ | ସ୍ଥାନ | ଉତ୍ପାଦନ |
---|---|---|---|
୧ | ମହାନଦୀ କୋଲଫୀଲ୍ଡ ଲିମିଟେଡ (ଏମସିଏଲ) | ତାଳଚେର | କୋଇଲା |
୨ | ଜାତୀୟ ଆଲୁମିନିୟମ କମ୍ପାନି (ନାଲକୋ) | ନାଲକୋ ନଗର, ଅନୁଗୋଳ | ଆଲୁମିନିୟମ |
୩ | ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନଟିପିସି) | କଣହା | ତାପଜ ବିଦ୍ୟୁତ |
୪ | ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର (ଟିଟିପିଏସ) | ତାଳଚେର ଥର୍ମାଲ | ତାପଜ ବିଦ୍ୟୁତ |
୫ | ଭାରି ଜଳ ପ୍ଳାଣ୍ଟ | ବିକ୍ରମପୁର, ତାଳଚେର | ଭାରି ଜଳ |
କ୍ର. ନ. | ୟୁନିଟ ର ନାମ | ସ୍ଥାନ | ଉତ୍ପାଦନ |
---|---|---|---|
୧ | ଶ୍ରୀ ମେଟାଳିକ୍ସ ଲିମିଟେଡ | ମକୁନ୍ଦପୁର | ସ୍ପଞ୍ଜ ଆଇରନ |
୨ | ଜିନ୍ଦାଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ | ନିଶା, ଅନୁଗୋଳ | ଇସ୍ପାତ |
୩ | ଜିନ୍ଦାଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ | ପଥମୁଣ୍ଡା, କଣହା, ଅନୁଗୋଳ | ତାପଜ ବିଦ୍ୟୁତ |