ପସନ୍ଦ ସ୍ଥାନ

ଅନୁଗୋଳ

ଅନୁଗୋଳ ସହରର ମଧ୍ୟ ସ୍ଥଳରେ ଥିବା ସୁନା ଶଗଡ ପର୍ବତର ଗୋଟିଏ ପାର୍ଶ୍ଵରେ ବୁଢୀ ଠାକୁରାଣୀଙ୍କର ମନ୍ଦିର ଅବସ୍ଥିତ । କଳାମୁଗୁନି ପଥରରେ ନିର୍ମିତ ଦେବୀଙ୍କର ବିଗ୍ରହ ଏକ ସ୍ତମ୍ବ ପରି ପ୍ରତୀୟମାନ ହୁଏ । ଆଦିବାସୀ ସଂସ୍କୃତି ର ବୁଢା ବୁଢୀ ପୂଜାର ପଦ୍ଧତି ବୋଲି ମନେକରାଯାଏ । ଜିଲ୍ଲାର ପୁରୁଣାକୋଟ , ଜେରାଙ୍ଗ ଗ୍ରାମରେ ବୁଢୀଠାକୁରାଣୀ ପୂଜା ପାଉଥିବା ବେଳେ ଓଗି, ପରା ଏବଂ ବାଗେଡିଆ ଗ୍ରାମରେ ବୁଢା ଠାକୁର ପୂଜାର ପ୍ରଥା ଚଳିଆସୁଅଛି। ଓଡିଶାର ଅନ୍ୟ ଭାଗରେ ମଧ୍ୟ ଏହି ପୂଜା ପ୍ରଚଳିତ ଯେପରିକି କଟକ ସହରର କାଳୀଗଳି ରେ ପୂଜା ପାଉଥିବା ଦେବୀଙ୍କର ମୂର୍ତ୍ତୀ ସ୍ତମ୍ବ ଆକୃତିର ମା କାଳୀ ଓ ବୁଢୀ ଠାକୁରାଣୀ ନାମରେ ନାମିତ। ଅନୁଗୋଳ ଠାରେ ପୂଜା ପାଉଥିବା ଦେବୀଙ୍କ ସମ୍ପର୍କ ରେ ଇତିହାସରେ କୌଣସି ସଠିକ ତଥ୍ୟ ନାହିଁ । ଲୋକ କଥା ଅନୁସାରେ ଏକଦା ସୁନାସ ନାମରେ ଜଣେ କନ୍ଧ ରାଜା ଅନୁଗୋଳ କୁ ଶାସନ କରୁଥିଲେ ଏବଂ ଏହି ପର୍ବତରୁ ନିଜର ଗଡ କରିଥିଲେ । ସେଥିପାଇଁ ସେହି ପର୍ବତର ନାମ ସୁନାଶଗଡ । ଏହି ପର୍ବତଟି ଘଞ୍ଚ ଜଙ୍ଗଲ ପରି ବେଷ୍ଟିତ ଥିଲା ଏବଂ କନ୍ଧରାଜା ଏଠାରେ ମା ବୁଢୀ ଠାକୁରାଣୀ ଙ୍କୁ ନିଜର ଇଷ୍ଟ ଦେବୀ ରୂପେ  ସ୍ଥାପନ କରି ପୂଜା କରୁଥିଲେ । ୧୮୪୮ ମସିହାରେ ଅନୁଗୋଳ ବ୍ରିଟିଶ ସମାଜର ଶାସନାଧି ହେଲା ଏବଂ ୧୮୯୬ ରେ ସେମାନେ ତାଙ୍କର ମୁଖ୍ୟାଳୟ କୁ ପୁରୁଣାଗଡରୁ ନୂଆଗଡକୁ ସ୍ଥାନାନ୍ତର କଲେ ଏବଂ ଅନୁଗୋଳ ସହରର ପରି କଲ୍ପନା କରାଗଲା । ଲୋକ ମାନଙ୍କର ସୁବିଧା ପାଇଁ ସେମାନେ ରାସ୍ତାଘାଟ ନିର୍ମାଣ କଲେ । ଏଥିପାଇଁ ଜଙ୍ଗଲ ସଫା କରିବାର ଆବଶ୍ୟକତା ହେଲା ଏବଂ ସେହି ସମୟରେ ସ୍ତମ୍ବ ସଦୃଶ ଦେବୀଙ୍କର ମୂର୍ତ୍ତୀ ଲୋକ  ଲୋଚନକୁ ଆସିଲା । ଉକ୍ତ ଯାଗାକୁ ସଫାକରାଗଲା ଏବଂ ଏହି ସ୍ଥାନର ଅଧିଷ୍ଟାତ୍ରୀ ଦେବୀ ବୁଢୀ ଠାକୁରାଣୀ ନାମରେ ପୂଜା ପାଇଲେ । ୧୯୫୬ ମସିହାରେ ଜଣେ ସନ୍ଥ ଏହି ଶକ୍ତିପୀଠ ଦର୍ଶନରେ ଆସିଥିଲେ ଏବଂ ଦେବୀଙ୍କର ବିଗ୍ରହ ମୂର୍ତ୍ତୀ ଦେଖି ବିମୋହିତ ହୋଇ ଯାଇଥିଲେ । କୌତୁହଳ ବସତଃ ବିଗ୍ରହ ମଧ୍ୟରେ କଣ ଅଛି ଜାଣିବା ପାଇଁ ସେ ବିଗ୍ରହର ପଛ ପାଶ୍ବରେ କିଛି ପାଇବା ଆଶାରେ ଖୋଳିଥିଲେ ଏବଂ କିଛି ନପାଇଁ ରିକ୍ତ ହସ୍ତରେ ଫେରି ଯାଇଥିଲେ । କାଳକ୍ରମେ ସେହି ଗର୍ତ୍ତଟି ପୂରଣ ହୋଇଗଲା ଏବଂ ସେଠାରେ ଏକ ସିଂହର ପ୍ରତିମୂର୍ତ୍ତୀ ସ୍ଥାପନ କରାଗଲା । ଏବେ ଏହି ବୁଢୀ ଠାକୁରାଣୀ ଅନୁଗୋଳ ସହର ଓ ଜିଲ୍ଲାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ପ୍ରତ୍ୟହ ହଜାର ହଜାର ଭକ୍ତ ମାଆଙ୍କର ଦର୍ଶନ ନିମିତ୍ତ ଆସନ୍ତି ଏବଂ ମାଆ ପ୍ରତ୍ଯେକଙ୍କର ହୃଦୟରେ ଗ୍ରାମ ଦେବୀ ବ ଇଷ୍ଟ ଦେବୀ ଭାବେ ସ୍ଥାନ ପାଇଛନ୍ତି।

ଅନୁଗୋଳ ସହରର ସୁନାଶଗଡ ପର୍ବତ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶୈଳଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ । ବିଶ୍ଵ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଶୈଳୀରେ ନିର୍ମିତ । ଏହି ମନ୍ଦିରର ଭିତ୍ତି ପ୍ରସ୍ତର ୧୯୯୬ ମସିହା ଫେବ୍ରୁୟାରୀ ମାସ ୨୧ ତାରିଖରେ ସ୍ଥାପନ କରଯାଇଥିଲା । ସ୍ଥାନୀୟ ଲୋକ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହା ସଂପୂର୍ଣ୍ଣ ହୋଇଥିଲା ଏବଂ ଭକ୍ତ ମାନଙ୍କର ଦର୍ଶନ ନିମିତ୍ତ ୨୦୦୨ ମସିହା ଫେବ୍ରୁୟାରୀ ମାସର ୨୨ ତାରିଖରେ ପ୍ରତିଷ୍ଠା କରଯାଇଥିଲା । ବର୍ତମାନ ଏହା ଶୈଳଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ । ରାଜ୍ୟ ଓ ଦେଶରେ ବିଭିନ୍ନ ପ୍ରାନ୍ତରର ଭକ୍ତମାନେ ଅନୁଗୋଳ ଠାରେ ଥିବା ଏହି ବିରାଟ ମନ୍ଦିରର ଦର୍ଶନ ପାଇଁ ଆସୁଛନ୍ତି ।

ଅନୁଗୋଳ ସହରର ଲକ୍ଷ୍ମୀ ପୂଜାର ଇତିହାସ ୫୦ ବର୍ଷର ପୁରାତନ । ପ୍ରଥମେ ଲକ୍ଷ୍ମୀବଜାରରେ ୧୯୬୦ ମସିହାରେ ଲକ୍ଷ୍ମୀପୂଜା ଆରମ୍ଭ କର।ଯାଇଥିଲା । ପରେ ୧୯୬୯ ମସିହାରେ ବସଷ୍ଟାଣ୍ଡରେ ପୂଜା କର।ଯାଇଥିଲା । ବର୍ତମାନ ସମୟରେ ଏହି ଅନୁଗୋଳ ସହର ମଧ୍ୟରେ ଓ ଏହାର ଆଖପାଖରେ ୪୦ଟି ପୂଜା ମଣ୍ଡପରେ ମହା ଆଡମ୍ବରେ ପାଳନ କର।ଯାଉଅଛି । ରଙ୍ଗୀନ ସାଜସଜ୍ଜା, ଅସ୍ଥାୟୀ ବଜାର, ସଙ୍ଗୀତ ଓ ନୃତ୍ୟର କାର୍ଯ୍ୟକ୍ରମମ।ନ ଅନୁସ୍ଥିତ ହୁଏ ଏବଂ କୁମାରପୂର୍ଣୀମ। ଠାରୁ ଆରମ୍ଭ ହୋଇ ଏହା ୧୧ ଦିନ ବ୍ୟାପୀ ପାଳନ କରାଯାଇଥାଏ । ବର୍ତମାନ ଏହି ପାରମ୍ପରିକ ବିରାଟ ପର୍ବ ପ୍ରତିବର୍ଷ ପାଳନ କରାଯାଏ ଏବଂ ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ଅଂଶ ଗ୍ରହଣ କରିଥାନ୍ତି । ଶେଷରେ ଭଷାଣି ଶୋଭାଯାତ୍ରା ଦିନ ଷ୍ଟାଡିୟମ ନିକଟରେ ଥିବା ଖୋଲା ପଡିଆରେ ବାଣ ଓ ରୋଷଣୀ ର ବିଭିନ୍ନ ପ୍ରତିଯୋଗିତା ମ।ନ ଅନୁଷ୍ଠିତ ହୁଏ । କେବଳ ଅନୁଗୋଳ ଜିଲ୍ଲା ନୁହେଁ ବଋଂ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଲୋକମାନେ ଏହି ପୂଜାକୁ ଉପଭୋଗ କରିବାକୁ ଲକ୍ଷ୍ମୀପୂଜା ଉତ୍ସବ ସମୟରେ ଅନୁଗୋଳକୁ ଆସନ୍ତି ।

ନାଲକୋ

ଜାତୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଭାରତୀୟ ଆଲୁମିନିୟମ ଶିଳ୍ପ ଜଗତରେ ଇତିହସକୁ ଏକ ମୋଡରେ ପହଞ୍ଚାଇଥିଲା । ନାଲକୋ କେବଳ ଆଲୁମିନିୟମ ଉପ୍ତାଦନ କ୍ଷେତ୍ରରେ ନିଜସ୍ଵ ଅଭିବୃଦ୍ଧି ଘଟାଇ ନ ଥିଲା ବଋଂ ଦେଶରେ ଉତ୍କୃଷ୍ଟ ମ।ନର ବିଶ୍ଵ ସ୍ତରୀୟ ଆଲୁମିନିୟମ ଉପ୍ତାଦନ କ୍ଷେତ୍ରରେ ଆକର୍ଷଣ ଲାଭ କରିଥିଲା ଏବଂ ଦେଶକୁ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରିଥିଲା । ୧୯୮୧ ମସିହାରେ ନାଲକୋ ରାଷ୍ଟ୍ରାୟତ କ୍ଷେତ୍ରର ମ।ନ୍ୟତା ପ୍ରାପ୍ତ ହୋଇଥିଲା, ଯାହାଦ୍ୱାରା ପୂର୍ବ ଭାରତରେ ଗଚ୍ଛିତ ଥିବା ବକ୍ସସାଇଟ ଆବିଷ୍କାର କରାଯାଇପାରିଥିଲା । କ୍ୟାପ୍ଟିଭ ପାୱାର ପ୍ଳାଣ୍ଟ (ସି ପି ପି) ଏବଂ ସ୍ମେଲ୍ଟର ପ୍ଳାଣ୍ଟ ଅନୁଗୋଳ ନିକଟରେ ଅବସ୍ଥିତ ।

ରାମଚଣ୍ଡୀ

ଏହି ଗ୍ରାମଟି ଅନୁଗୋଳ ଠାରୁ ବାଗେଡିଆ ରାସ୍ତାରେ ୨୮ କି.ମି ଦୂରରେ ଅବସ୍ଥିତ । ଏହି ଗ୍ରାମଟି ଦେବୀ ରାମଚଣ୍ଡୀଙ୍କର ପବିତ୍ର ପୀଠ ଭାବରେ ଉତ୍ସଗ୍ରୀକୃତ । ବିଶ୍ଵାସ କରାଯାଏ ସେ ମହଶକ୍ତିର ଅଧିକାରିଣୀ । ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟ ନାରୀ ମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ଵାସ ଅଛି । ପୁରାତନ ମନ୍ଦିରର ମୂଳଦୁଆ ନିକଟରେ ଏକ ଭାବ୍ୟ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା । ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟା ଦିନରେ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ । ଜୁଲାଇ ରୁ ଅଗଷ୍ଟ ମଧ୍ୟରେ ହେଉଥିବା ଏହି ଯାତ୍ରା ରାମଚଣ୍ଡୀ ଯାତ୍ରା ବା କାଦୁଆଳି ଯାତ୍ରା ନାମରେ ପରିଚିତ । ଏହି ଉତ୍ସବ ପ୍ରତ୍ୟକ ବର୍ଷ ପାଳନ କରାଯାଏ ଓ ହଜାର ହଜାର ଭକ୍ତ ଏଥିରେ ଯୋଗ ଦିଅନ୍ତି ।

ଭୀମଖଣ୍ଡ

ଭଗବାନ ବିଷ୍ଣୁଙ୍କର ଶାୟିତ ମୂର୍ତ୍ତି ଭୀମଖଣ୍ଡ ପର୍ଯ୍ୟଟନ ସ୍ତଳୀରେ ଶୋଭା ପାଉଅଛି । ଏହା ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ଵରେ ଥିବା ଭୀମଖଣ୍ଡ ଗ୍ରାମରେ ଅବସ୍ଥିତ । ତାଳଚେର ଠାରେ ଥିବା ବୃହତ ଜାତୀୟ ଥର୍ମାଲ ପ୍ଳାଣ୍ଟ (ଏନ.ଟି.ପି.ସି ) ର ପରିସରରେ ଥିବା ଏହି ମୂର୍ତ୍ତୀର ଲମ୍ବ ୪୨ ଫୁଟ୍ ଏବଂ ପ୍ରସ୍ଥ ୮ ଫୁଟ୍ ଏବଂ ଭାରତର ଦ୍ଵିତିୟ ବୃହତ ପ୍ରସ୍ତର ମୂର୍ତ୍ତୀ ଅଟେ ଏବଂ ଏନ.ଏଚ. ୨୩ ଠାରୁ ୫ କିମି ଦୂରରେ ଅବସ୍ଥିତ ।

ବିନିକେଇ

ଆଠମଲ୍ଲିକ ଉପଖଣ୍ଡ ରେ ଥିବା ବିନିକେଇ ଗ୍ରାମରେ ଥିବା ବିନିକେଇ ଠାକୁରିଣୀଙ୍କର ପୀଠ ଅନୁଗୋଳ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଅଛି। ଏହା ମହାନଦୀ ତଟ ରେ ଆଠମଲ୍ଲିକ ଠାରୁ ୨୫ କି.ମି. ଦୂରରେ ଅବସ୍ଥିତ । ଏହା ମହାନଦୀରେ ଥିବା ପ୍ରଶିଦ୍ଧ ସାତକୋଶିଆ ଗଣ୍ଡ କୁ ଜିବ। ପାଇଁ ପ୍ରବେଶ ପଥ । ତଟରେ ଥିବା ସୁଊଚ୍ଛ ପଞ୍ଚଧାରା ପର୍ବତଶ୍ରେଣୀ ଦେବୀଙ୍କର ମସ୍ତକରେ ମୁକୁଟ ଭଳି ଶୋଭାବର୍ଦ୍ଧନ କରୁଛି । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଦୋଳପୁର୍ଣିମାର ଦଶମ ଦିବସ ପରେ ବିନିକେଇ ଯାତ୍ରା ଅନୁଷ୍ଠିତ ହୁଏ । ତିନି ଦିନ ବ୍ୟାପି ଏକ ମେଲ ଏଠାରେ ପାଳନ କରାଯାଏ ।

ଡେରଜ।ଙ୍ଗ ଜଳସେଚନ ପ୍ରକଳ୍ପ

ଡେରଜ।ଙ୍ଗ ଜଳସେଚନ ପ୍ରକଳ୍ପ ଭରତ ସ୍ଵାଧୀନତା ପରେ ପ୍ରଥମ ମଧ୍ୟମ ଜଳସେଚନ ପ୍ରକଳ୍ପ ୧୯୬୦ ମସିହାରେ ଆରମ୍ଭ ହୋଇ ୧୯୭୭-୭୮ ମସିହାରେ ପୂର୍ଣାଙ୍ଗ ହୋଇଥିଲା । ଅନୁଗୋଳ ବ୍ଲକର ନିଙ୍ଗରା ଏବଂ ମଟାଳିଆ ନଦୀର ମଧ୍ୟରେ ମଝିକିଆ ଗ୍ରାମ ନିକଟରେ ଏହା ସ୍ଥାପନ କରଯାଇଥିଲା । ଏହି ଜଳପ୍ରକଳ୍ପ ଦ୍ଵାରା ଖରିଫ ଋତୁରେ ୭୯୨୨ ହେକ୍ଟର ଏବଂ ୨୦୦ ହେକ୍ଟର ରବି ଋତୁରେ ଜଳସେଚନ କରାଯାଇଥାଏ । ବଣଭୋଜି ଏବଂ ଅବସର ଚିତ୍ତ ବିନୋଦନ ପାଇଁ ମଧ୍ୟ ଏହା ଏକ ଉତ୍ତମ ସ୍ଥାନ ।

ଦେଉଲଝରି

ଦେଉଲଝରି ଉଷ୍ମ ପ୍ରଶବଣ ନିକଟରେ ଏକ ପୁରାତନ ଶୈବ ପୀଠ ଏବଂ ଏହା କିଆ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହାର ଅନ୍ୟ ଏକ ବିଶେଶତ୍ଵ ହେଲା ଏହା ଉଷ୍ମ ପ୍ରଶବଣ ଝରଣା ପରିବେଷ୍ଟିତ । ପୁରାତନ କିମ୍ବଦନ୍ତୀ ଅନୁସାରେ ୮୪ଟି ଏହିପରି ଝରଣା ଅଛି । କିନ୍ତୁ ଅନେକାଂଶ ଏହି କିଆ ବୁଦ। ପରିବେଷ୍ଟିତ । ସେମାନଙ୍କ ମଧ୍ୟରୁ ଜୀବନ୍ତ ଅଛନ୍ତି । ସେଗୁଡିକ ହେଲା – ଅଗ୍ନିକୁଣ୍ଡ, ତପ୍ତକୁଣ୍ଡ, ହିମକୁଣ୍ଡ, ଅନନ୍ତକୁଣ୍ଡ ଏବଂ ଲବକୁଣ୍ଡ । ଏହି ଝରଣାର ଜଳ ୪୦° ସେଲସିୟସ ରୁ ୬୨°ସେଲସିୟସ ମଧ୍ୟରେ ରୁହେ । ଏହି ଶୈବ ପୀଠଟି ୨୪ ଏକର ପରିବ୍ୟାପ୍ତ ଅଟେ । ମୁଖ୍ୟ ମନ୍ଦିର ରେ ବାବା ସିଦ୍ଧେଶ୍ଵରଙ୍କର ମୂର୍ତୀ ପୂଜା ପାଉଛି ।

ଖୁଲୁଡି

ଖୁଲୁଡି ଜଳପ୍ରପାତ ପର୍ଯ୍ୟଟନ ସ୍ଥଳଟି ମାଲ୍ୟଗିରି ପର୍ବତଶ୍ରେଣୀର ପାଳଲହଡା ଉପଖଣ୍ଡର ଖୁଲୁଡି ଗ୍ରାମ ନିକଟରେ ଅବସ୍ଥିତ । ଏହି ଝରଣା ଉଚ୍ଛପର୍ବତରୁ ଲମ୍ଫ ପ୍ରଦାନ କରି ଭଗବାନ ଶିବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାର ପ୍ରତୀୟମାନ ହୁଏ । ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ଏଠାରେ ଅତ୍ୟନ୍ତ ମନମୁଗ୍ଧକର ଅଟେ ।

ରେଙ୍ଗାଳି ନଦୀବନ୍ଧ ଯୋଜନା

ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଳି ଠାରେ ଏହି ନଦୀବନ୍ଧା ର ନିର୍ମାଣ କରାଯାଇଅଛି । ୧୨୦ ମେଗାୱାଟ ଏକ ଜଳ ବିଦ୍ୟୁତ କେନ୍ଦ୍ର ଏଠାରେ ପ୍ରତିଷ୍ଠା କରାଯାଇଅଛି । ଏହା ଅନୁଗୋଳ ଠାରୁ ୮୫ କିମି ଦୂର ଜାତୀୟ ରାଜପଥ ୨୫୦ କଡରେ ଅବସ୍ଥିତ । ବଣଭୋଜୀ ଏବଂ ଅବସର ବିନୋଦନ ପାଇଁ ଉପଯୁକ୍ତ ସ୍ଥାନ । ଅନୁଗୋଳ ଠାରୁ ୮୫ କି॰ମି॰ ଦୂରତ୍ବରେ ଏହା ଅବସ୍ଥିତ ଏବଂ ନିୟମିତ ବସବେବା ଯିବା ପାଇଁ ଉପଲବ୍ଧ ଅଟେ ।

ତାଳଚେର

ବ୍ରାହ୍ମଣୀ ନଦୀ ଦକ୍ଷିଣ ତଟରେ ଏହା ଅବସ୍ଥିତ, ପୂର୍ବର ରାଜଧାନୀ ଭାବେ ଏହା ପରିଚିତ । ତାଳଚେର ଦେଶର ଦ୍ରୁତ ଶିଳ୍ପାୟନ ଏବଂ ଖଣିଜ ପଦାର୍ଥ ପାଇଁ ପ୍ରସିଦ୍ଧ ଅଟେ । କୋଇଲା ଚାଳିତ ଥର୍ମାଲ ପାୱାର ପ୍ଳାଣ୍ଟ , ଭାରି ଜଳ ଆଣବିକ ସକ୍ତି କେନ୍ଦ୍ର ବିକ୍ରମପୁରର ଶାତୋଟି ଭୂତଳ ଖଣି ଓ ତିନୋଟି ଲୁହାଖଣି ତାଳଚେର ଏବଂ ଏହାର ପାର୍ଶ୍ଵରେ ଅବସ୍ଥିତ । ଏହାର ଅନ୍ୟତମ ଆକର୍ଷଣ ରାଣୀପାର୍କ ଯାହାକି ୬୪ ବର୍ଗ କି.ମି ପରିମିତ। ବ୍ରାହ୍ମଣୀ ନଦୀର ବାମ ତଟରେ ଏକ ପ୍ରସ୍ତରର ଶାୟିତ କୃଷ୍ଣ ମୂର୍ତୀ ସରାଙ୍ଗ ଗ୍ରାମରେ ଶୋଭା ପାଉଅଛି ଯାହା ତାଳଚେର ଠାରୁ ୪ କି.ମି ଏବଂ ଅନୁଗୁଳ ଠାରୁ ୨ କି.ମି ଦୂରରେ ଅବସ୍ଥିତ । ୨୩ ନଂ. ଜାତୀୟ ରାଜପଥ ତାଳଚେର ମଧ୍ୟଦେଇ ଯାଇଅଛି ।

ତାଳଚେର ସହର ଶିଳ୍ପ ଏବଂ ଖଣି ପାଇଁ ପ୍ରଷିଦ୍ଧ ଏତଦ୍ବ୍ୟତୀତ ଗଣେଶ ପୂଜା ଏକ ଗଣପର୍ବ । ତାଳଚେରରେ ଗଣେଶ ପୂଜାକୁ କଟକର ଦଶହରା, ଅଣୁଗୋଳ ଓ ଢେଙ୍କାନାଳର ଲକ୍ଷ୍ମୀ ପୂଜା, ସମ୍ବଲପୁରର ଶୀତଳ ଷଷ୍ଠୀ ଏବଂ ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଭଳି ପାଳନ କରାଯାଏ । ଏହା ଆମ ରାଜ୍ୟର ପ୍ରସିଦ୍ଧ ପର୍ବମାନଙ୍କ ମଧ୍ୟରୁ ତାଳଚେରର ଗଣେଶ ପୂଜା ଅନ୍ୟତମ । ଭାଦ୍ରବ ଶୁକ୍ଲ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଦୁଇ ସପ୍ତାହ ବ୍ୟାପୀ ଇନ୍ଦୁ ପୂର୍ଣିମାରେ ଶେଷ ହୋଇଥାଏ । ତାଳଚେର ସହରର ପାଖାପାଖି ୫୦ଟି ମଣ୍ଡପରେ ଗଣେଶ ପୂଜା ପାଆନ୍ତି । ଗଣେଶ ମୂର୍ତ୍ତୀ ବ୍ୟତିତ ଅନ୍ୟ ଆକର୍ଷଣୀୟ ମୂର୍ତ୍ତୀ ମାନ ବିଭିନ୍ନ ମଣ୍ଡପରେ ଶୋଭାବର୍ଦ୍ଧନ କରିଥାନ୍ତି । ଯାହା ଏକ ପୌରଣିକ ଭିତ୍ତିଭୂମି କାହାଣୀରେ ଆଧାରିତ ହୋଇଥାଏ । ଏକ ମୁଖ୍ୟ ପୂଜା କମିଟୀ ଥାଏ ଯାହା ଅନ୍ୟ ପୂଜା କମିଟୀ ବରିଷ୍ଠ ନାଗରିକ, ଲୋକ ପ୍ରତିନିଧୀ, ସାମାଜିକ, ପୁଲିସ ଏବଂ ପ୍ରଶାସନକୁ ନେଇ ଗଠିତ ହୋଇଥାଏ । ତାଳଚେରର ଉପଜିଲ୍ଲାପାଳ ଏହାର ସଭାପତି ଅଟନ୍ତି । ଇନ୍ଦୁ ପୂର୍ଣିମା ଦିନ ତାଳଚେରର ବଡଦ।ଣ୍ଡ ଠାରୁ ଏକ ରଙ୍ଗୀନ ଭଷାଣୀ ଶୋଭାଯାତ୍ରାର ଆୟୋଜନ କରାଯାଏ ଏବଂ ଏଥିରେ ସମସ୍ତ ପୂଜା କମିଟୀର ସଦସ୍ୟମାନେ ଯୋଗ ଦେଇଥାନ୍ତି । ଏହି ଶୋଭାଯାତ୍ରା ସହରର ସମସ୍ତ ମୁଖ୍ୟ ରାସ୍ତାକୁ ବ୍ୟାପ୍ତ ହୋଇଥ।ଏ । ଶୋଭାଯାତ୍ରା ଶେଷରେ ସମସ୍ତ ଦେବତାଙ୍କୁ ବ୍ରାହ୍ମଣୀ ନଦୀରେ ବିସର୍ଜନ କରାଯାଇଥାଏ । ମୁଖ୍ୟ ପୂଜା କମିଟୀ ବଡଦାଣ୍ଡ ମେଳଣ ପଡିଆରେ ସେହିଦିନ ଏକ ଜନ ନିଲାମୀରେ ଭଗବାନଙ୍କ ଆଞାମାଳ ଓ ଲଡୁର ନିଲାମ କରନ୍ତି । ହଜାର ହଜାର ଭକ୍ତ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି ଉତ୍ସବ ଦେଖିବା ପାଇଁ ଆସିଥାନ୍ତି ।

ଟିକରପଡା

ପ୍ର।କୃତିକ ସୌନ୍ଦର୍ଯଭରା ଏକ ଛୋଟ ଗ୍ରାମ । ଏହା ସାତକୋଶିଆ ଗଣ୍ଡ ପାର୍ଶ୍ଵରେ ଅବସ୍ଥିତ । ମହାନଦୀ ବକ୍ରଗତିରେ ସାତକୋଶିଆ ଗଣ୍ଡା ମଧ୍ୟ ଦେଇ ପ୍ରବେଶ କରିଅଛି । ସୌନ୍ଦର୍ଯପୂର୍ଣ ପର୍ବତଶ୍ରେଣୀ ଏହି ଗଣ୍ଡ ନିକଟରେ ୨୨ କି॰ମି॰ ପରିବ୍ୟାପ୍ତ ଅଟେ । ଏହା ବିଶ୍ଵର ଅନ୍ୟତମ ମନୋମୁଗ୍ଧକର ସ୍ଥାନ ଭାବରେ ପ୍ରଶଂଶିତ ହୋଇଥାଏ । ଏହି ସ୍ଥାନରେ ନୌକାବିହାର ଏବଂ ଜଳକ୍ରୀଡା ଏକ ଆନନ୍ଦଦାଯକ ଏବଂ ସାଧାରଣ ଅନୁଭୂତି । ଏହି ଜଙ୍ଗଲ ଏକ ପର୍ବତ ପରିବେଷ୍ଟିତ ଗ୍ରାମ ଗୁଡିକର ଜନ୍ତୁ ସମୂହ ପରଜ୍ଯତକମାନଙ୍କୁ ବିମୋହିତ କରେ । ଘଡିଅଳ କୁମ୍ଭୀର ମାନଙ୍କ ପାଇଁ ଏକ ଅଭୟାରଣ୍ୟ ଏଠାରେ ପ୍ରତିଷ୍ଟ। କରାଯାଇଅଛି । ଯାହାକି ଏହି ସ୍ଥାନ ରେ ଗୁରୁତ୍ଵ ବୃଦ୍ଧି କରୁଅଛି ।

ହିଙ୍ଗୁଳ। ପୀଠ

ହିଙ୍ଗୁଳ। ଠାକୁରାଣୀଙ୍କର ଏହି ପବିତ୍ର ପୀଠ । ଶିମଡା ନଦୀର ତଟରେ ଏବଂ ତାଳଚେରର ପଶ୍ଚିମରେ ଅନୁଗୋଳ ଜିଲ୍ଲାରେ ଅବସ୍ତିତ । ଆସାମର ଜ୍ଵ।ଳାମୁଖୀ ନାମରେ ଏକ ତୀର୍ଥାସ୍ଥାନ ଅଛି । ଯେଉଁଠାରେ ଦେବୀ ହିଙ୍ଗୁଳ।, ହିଙ୍ଗୁଳେଈ ବା ହିଙ୍ଗୁଳାକ୍ଷୀ ନାମରେ ପୂଜା ପାଉଅଛି । ସେଥିପାଇଁ ତାଳଚେରର ଗୋପାଳପ୍ରସାଦ ଗ୍ରାମରେ ପୂଜା ପାଉଥିବା ଦେବୀଙ୍କର ନାମ ହିଙ୍ଗୁଳ। ଯାହା ଅଗ୍ନିର ଅନ୍ୟନ।ମ ଅଟେ । ଭ।ରତ ବାହାରେ କରାଚି ଓ କାବୁଲ ଠାରେ ମଧ୍ୟ ଦେବୀ ହିଙ୍ଗୁଳ।ଙ୍କର ପୀଠ ମାନ ଅଛି । ଖୋର୍ଦ୍ଧାର ଖାଇପଦର ଭଳି ଏଠାରେ ମଧ୍ୟ ଦେବୀ ଉଭୟ ହିନ୍ଦୁ ଓ ମୁସଲମାନ ଙ୍କ ଦ୍ଵାରା ପୂଜା ପାଆନ୍ତି ।

ଲୋଭୀ ଠାକୁରାଣୀ ପୀଠ

ପ୍ରତିବର୍ଷ କାର୍ତ୍ତୀକ ପୂର୍ଣୀମାରେ ଲୋଭୀ ଠାକୁରାଣୀ ଯାତ୍ରା ପାଳନ କରାଯାଏ । ଅନୁଗୋଳ ସହର ଠାରୁ ୧୭ କି॰ମି॰ ଦୂରରେ ଅବସ୍ଥିତ । ଗ୍ରହଶାନ୍ତି ଗ୍ରାମର ଅଧିଯାତ୍ରୀ ଦେବୀ ଲୋଭୀ ଠାକୁରାଣୀ, ଦେବୀ ତାଙ୍କର ଲୋଭୀ ନାମ ପାଇଁ ହିନ୍ଦୁ ଧର୍ମର ଅନ୍ୟ ଦେବା ଓ ଦେବୀ ମାନଙ୍କଠାରୁ ଭିନ୍ନ ଅଟନ୍ତି । ଗ୍ରାମବାସୀଙ୍କ ମତରେ ସାଧାରଣତ୍ତ ଅନ୍ୟ ମାନେ ଏହାକୁ ନକରାତ୍ମକ ଅର୍ଥରେ ନ ନେଇ ବରଂ ସକାରାତ୍ମକ ଭାବେ ନେବା ଉଚିତ । ଯେପରିକି ଭକ୍ତ ପାଇଁ ଲୋଭ, ପୂଜା ପାଇଁ ଲୋଭ ଏବଂ ଅହଂକାରର ପରିସମାପ୍ତି ପାଇଁ ନିଜକୁ ସମର୍ପିତ କରିବା । କାର୍ତ୍ତୀକ ପୂର୍ଣୀମାରେ ଦେବୀଙ୍କର ବାର୍ଷିକ ଉତ୍ସବ ପାଳନ କରଜାଏ । ସେହିଦିନ ଗ୍ରହଶାନ୍ତି ଏବଂ ତୁଳସିପାଳ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଦେବୀକୁ ତୁଳସିପାଳ ଗ୍ରାମରୁ ଏକ ବର୍ଣ।ଢ୍ୟ ଶୋଭାଯାତ୍ରାରେ ଆଲ।ମଘର ଠାରୁ ଆଣି ଗ୍ରହଶାନ୍ତି ଗ୍ରାମର ପିତାସାହି ମନ୍ଦିରରେ ସ୍ଥାପନ କରନ୍ତି । ଏହି ଶୋଭାଯାତ୍ରାରେ ପାଇକ ନାଚ, ବ।ଜା, ଲୋକନୃତ୍ୟ ମୁଖ୍ୟ ଆକର୍ଷଣ ହୋଇଥାଏ । ଏହି ଶୋଭାଯାତ୍ରାରେ ଦେହୁରି ଯିଏକି ଦେବୀଙ୍କର ପୂଜକ ଦେବୀଙ୍କୁ କ।ନ୍ଧରେ ଧରି ଦୀର୍ଘ ୫ କି॰ମି॰ ରାସ୍ତା ଅତିକ୍ରମ କରିଥାଏ ଏବଂ ଭକ୍ତମାନେ ତାଙ୍କୁ ଅନୁସରଣ କରୁଥାନ୍ତି । ଯେତେବେଳେ ସେ ନିର୍ଧାରିତ ସ୍ଥାନରେ ପହଞ୍ଚିଯାଏ ସେହି ସ୍ଥାନଟି ଛୋଟ ଛୋଟଦୋକାନ ମାନଙ୍କଦ୍ଵାରା ପରିପୂର୍ଣ୍ଣ ହୋଇଯାଇଥାଏ ଏବଂ ସେଠାରେ ସେ ଦେବୀଙ୍କର ପବିତ୍ର ପ୍ରତୀକ ଠାରୁ ସ୍ଥାପନ କରି ଲଗାତର ୨ ଦିନ ପୂଜର୍ଛନା କରେ । ବହୁ ସଂଖ୍ୟକ ଭକ୍ତମାନେ ପୂଜା ଏବଂ ଦର୍ଶନ ପାଇଁ ଆସନ୍ତି ।ଏହି ଉପଲକ୍ଷେ କେତେକ ଭକ୍ତ ସେମାନଙ୍କର ମଣ୍ଡନ ମଧ୍ୟ କରିଥାନ୍ତି ଏହି ବିଶ୍ବାସରେ ସେମାନେ ସୁଖୀ ଓ ଦୀର୍ଘାୟୁ ହେବେ । ଏହି ପର୍ବ ୪ ଦିନ ଧରି ପାଳନ କରାଯାଏ ଏବଂ ଶେଷଦିନ ଦେବୀଙ୍କର ପ୍ରତିନିଧିତ୍ଵ କରୁଥିବା ପ୍ରତୀକ ତାଙ୍କର ପୂର୍ବ ବାସସ୍ଥାନରେ ଫେରିଯାଇଥ।ଏ ।

ହଣ୍ଡପା ପ।ତ୍ରପଡା

ହଣ୍ଡପା ପ।ତ୍ରପଡା ପ୍ର।କୃତିକ ସୌନ୍ଦର୍ଯପୂର୍ଣ ଅଂଚଳ । ଜଙ୍ଗଲ ଓ ପର୍ବତଘେର। ଏହାର ପରିବେଶ ଅତ୍ୟନ୍ତ ମନମୁଦ୍ଘକର ଅଟେ । ପ।ତ୍ରପଡା ଠାରେ ବୟଣୀ ପୀଠଟି ପରଜ୍ଯତକମାନଙ୍କର ଦ୍ରୁଷ୍ଟି ଆକର୍ଷଣ କରିଥାଏ ।

ବୁଲ।ଝର

ବୁଲ।ଝର ଏକ ପ୍ର।କୃତିକ ସୌନ୍ଦର୍ଯରେ ପରିପୂର୍ଣ ପର୍ଯ୍ୟଟନସ୍ଥଳୀ । ଅନୁଗୋଳ ସହରଠାରୁ ୩୫ କି॰ମି॰ ଦୂରରେ ଅବସ୍ଥିତ ଏବଂ ଜର।ଜିର୍ଣ ରାଜପ୍ରସାଦ ଏଠାରେ ଅବସ୍ଥିତ ।