କଳା ଓ ସଂସ୍କୃତି

ଅନୁଗୋଳ ଜିଲ୍ଲା ସଂକ୍ଷିପ୍ତ ପରିଚିତି

ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଓଡିଶାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଅନୁଗୋଳ ଜିଲ୍ଲା ଓଡିଶାର ପ୍ରାଣକେନ୍ଦ୍ର ବୋଲି କୁହାଯାଇ ପାରେ । ବଳିଷ୍ଠ ପ୍ରଶାସନ ପାଇଁ ଅନୁକୂଳତା, ଓଡିଶାର ଅନ୍ୟ ସହର ମହକୁମା ଗୁଡିକୁ ସୁବିଧା ସହ ଏକ ଅଗ୍ରଣୀ ଜିଲ୍ଲାରୂପେ ଏହା ମର୍ଯ୍ୟାଦା ଲାଭ କରିଛି । ରାଜ୍ୟର ସର୍ବବୃହତ କୋଇଲା ଖଣି ଜାତୀୟ ଆଲୁମିନିୟମ କମ୍ପାନୀ, ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର, ଭାରିଜଳ ପ୍ରକଳ୍ପ ଓ ଜିନ୍ଦଲ ଷ୍ଟିଲ ପାୱାର ଭଳି ଭିନ୍ନ ଶିଳ୍ପାନୁଷ୍ଟାନ ସମେତ ଏହାର ପ୍ରକୃତି ଦତ୍ତ ନୈସର୍ଗିକ ଶୋଭା , ସାତକୋଶିଆର ଅପରୂପ ସୌନ୍ଦର୍ଜ୍ୟ , ସାଂସୃତିକ ବିବିଧତା ଏହି ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ଦେଇଛି । ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଳି ନଦୀବନ୍ଧ ଯୋଜନା ବିଦ୍ୟୁତ ସହ ଜଳ ସେଚନ କେବଳ ଏ ଜିଲ୍ଲାକୁ ନୁହେଁ , ଢେଙ୍କାନାଳ , କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ସୁଜଳା ସୁଫଳା କରିଛି। ଦ୍ରୁତ ଶିଳ୍ପାୟନ ଜନିତ ଆଧୁନିକ ସଭ୍ୟତା ଅନୁଗୋଳକୁ ଆବୋରି ବସିଥିଲେ ମଧ୍ୟ ଏହାର କଳା , ସଂସ୍କୃତି , ସାହିତ୍ଯ ଓ ଜୀବନଚର୍ଯ୍ୟା ବେଶ ଉନ୍ନତ ଓ ଉତ୍କୃଷ୍ଟ । ଜିଲ୍ଲାରେ ପ୍ରଭାହୀତ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଏବଂ ମହାନଦୀର ସମତଳ ଉର୍ବର ସ୍ଥଳଭାଗ ଫୁଲ ଫଳରେ ଭରପୁର , ଘଞ୍ଚ ଜଙ୍ଗଲ ଏବଂ ଜଳବାୟୁ ଏହି ଜିଲ୍ଲାର ବିକାଶ କ୍ଷେତ୍ରରେ ବେଶ ସହାୟକ । ଅନୁଗୋଳର ସଂସ୍କୃତି ପ୍ରେମ ପ୍ରାଚୀନ ।

ଓଡିଶାର ଅନ୍ୟାନ ଅଞ୍ଚଳ ଭଳି ଅନୁଗୋଳରେ ମଧ୍ୟ ଗ୍ରାମ୍ୟ ଶାସନ ପ୍ରଚଳିତ ଥିଲା , ପ୍ରତ୍ୟକ ଗ୍ରାମକୁ ଶାସନ କରିବା ନିମିତ୍ତ ଜଣେ ” ପ୍ରଧାନ ” ରହୁଥିଲେ , ଯିଏକି ଗାଁର ଅନ୍ତେବାସୀ ହେବା ସହିତ ଗାଁ ମୁଖିଆ କାର୍ଯ୍ୟ ନିର୍ବାହ କରୁଥିଲେ । ଗ୍ରାମ୍ୟ ସମୁଦାୟର ସେବା ନିମିତ୍ତ କେତେକ ଲୋକ ଧୋବା, ବଣିଆ , ଭଣ୍ଡାରୀ, ଗ୍ରାମରଖୀ ରୂପେ କାର୍ଯ୍ୟ କରୁଥିଲେ । ଗାଁ ମୁଖିଆ ବା ପ୍ରଧାନ ଲୋକମାନଙ୍କୁ ଚାଷ ନିମିତ୍ତ ଜମି ପ୍ରଦାନ କରି ଉତ୍ପାଦିତ ଦ୍ରବ୍ଯର ନିର୍ଦିଷ୍ଟ ଅଂଶ କର ରୂପେ ଗ୍ରହଣ କରୁଥିଲେ । ବ୍ରିଟିଶ ରାଜୁତି ସମୟରେ କ୍ରମେ ବାହାର ଲୋକ ମଧ୍ୟ ପ୍ରଧାନ ଭାବରେ ନିଯୁକ୍ତି ପାଇଲେ ଏବଂ ସେମାନଙ୍କର କାର୍ଯ୍ୟ କର ଆଦାୟ ପାଇଁ ସୀମିତ ଥିଲା । ସମୟ କ୍ରମେ ସେମାନେ ଗୋଷ୍ଠୀ ବା ସମ୍ପ୍ରଦାୟର ମୁଖ୍ୟ ଦଲାଲ ସରକାରୀ ଚାକିରିଆ ରୂପେ କାର୍ଯ୍ୟ କଲେ ।

ଗ୍ରାମ୍ୟ ସଂସ୍କୃତିକୁ ଭାଗବତ ଘର ଓ କୋଠ ଘର ଉଦଜୀବିତ ରଖିଥିଲା । ଏହି ଘର ଗୁଡିକ ଗାଁର ନ୍ୟାୟ ନିଶାବ ଏବଂ ସମସ୍ତ ପ୍ରକାର ଶାସନଗତ ସୁବିଧା ନିମିତ୍ତ ବ୍ୟବହୃତ ହେଉଥିଲା । ଏ ଗୁଡିକର ରକ୍ଷଣା ବେକ୍ଷଣ ଗ୍ରାମବାସୀଙ୍କ ଦ୍ଵାରା ସମ୍ପନ୍ନ ହେଉଥିଲା । ଗ୍ରାମ୍ୟ ସଂସ୍କୃତିର ପୁନରୁଦ୍ଧାର ନିମିତ୍ତ ବର୍ତମାନ ସମସ୍ତ ଚେଷ୍ଟା ଜାରି ରହିଛି ଓ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମଧ୍ୟ ସ୍ଥିରୀକୃତ ହେଉଛି।

ଧର୍ମ

ଜିଲ୍ଲାର ଅଧିକାଂଶ ଜନସାଧାରଣ ହିନ୍ଦୁ ଧର୍ମାମ୍ବଲମ୍ବୀ, ଆଦିବାସୀ ସଂପ୍ରଦାଯର ଉପାସନା ପଦ୍ଧତି ଭିତରେ ହିନ୍ଦୁତ୍ଵ ର ସ୍ପର୍ଶ ଏହି ଜିଲ୍ଲା ରେ ଆଧ୍ୟାତ୍ମିକ ଚେତନାକୁ ଉଦଜୀବିତ ରଖିଛି । ପ୍ରତ୍ୟୋକ ଗାଁ ମାନଙ୍କରେ ଗ୍ରାମଦେବତୀଙ୍କ ଅବସ୍ଥାନ ଓ ପୂଜାର୍ଚ୍ଚନା ଏହାର ଜ୍ଜଳନ୍ତ ଦୃଷ୍ଟାନ୍ତ । ଅନୁଗୋଳ ଜିଲ୍ଲା ରେ ସ୍ତମ୍ଭ ପୂଜାର ଏକ ସ୍ଵତନ୍ତ୍ର ପରମ୍ପରା ରହିଛି। ଜିଲ୍ଲା ରେ ନାଥ ଓ ଶୈବ ଧର୍ମାମ୍ବଲମ୍ବି ମଧ୍ୟ ରହିଛନ୍ତି। ଅନୁଗୋଳ ରେ ମହିମା ଧର୍ମ ଲୋକମାନେ ମଧ୍ୟ ଦେଖାଯାନ୍ତି । ଏତତ ବ୍ଯତୀତ ଅନ୍ଯାନ୍ଯ ଧର୍ମାବଲମ୍ବି ମଧ୍ୟ ଅନୁଗୋଳ ଜିଲ୍ଲାରେ ପରିପୃଷ୍ଟ ଅଛନ୍ତି। ଓଡିଆ ସଂସ୍କୃତି ଓ ପରମ୍ପରା ର ସମସ୍ତ ପର୍ବ ପର୍ବାଣି ଅନୁଗୋଳ ଜିଲ୍ଲା ରେ ପାଳିତ ହୁଏ । ଶାରଦୀୟ ଦୁର୍ଗାପୂଜା , ଗଜଲକ୍ଷ୍ମୀପୂଜା, ବାସନ୍ତିକ ଦୁର୍ଗାପୂଜ, ଦୀପାବଳି, ଶିବରାତ୍ରି ଓ ହୋଲି ଆଦି ପ୍ରଧାନ। କେବଳ ଏତିକିନୁହେଁ ନୂଆଖାଇ, ରଜ,ଗହ୍ମାପୁର୍ଣିମା ଓ ପୁଷପୁନେଇ ସମଗ୍ର ଜିଲ୍ଲା ରେ ମହାସମାରୋହରେ ପାଳିତ ହୁଏ ।

ଭାଷା

ଜିଲ୍ଲାର ସମସ୍ତ ଜନସାଧାରଣଙ୍କର କଥିତ ଓ ଲିଖିତ ଭାଷା ହେଉଛି ଓଡିଆ। ଭାଷାର କଥିତ ଶୈଳୀରେ ସାମାନ୍ଯ ଭିନ୍ନତା ପରିଦୃଷ୍ଟ ହୁଏ। କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ନିଜସ୍ଵ ଭାଷା ବ୍ୟବହାର କରିଥାନ୍ତି।

ଖାଦ୍ଯ

ଭାତ ହିଁ ଜିଲ୍ଲାର ଅଧିକାଂଶ ଲୋକଙ୍କର ପ୍ରଧାନ ଖାଦ୍ଯ ଦୈନିକ ଖାଦ୍ଯ ରୂପେ ଭାତ ସହିତ ଡାଲି ଓ ତରକାରୀ (ସବୁଜ ପନିପରିବା ରନ୍ଧା ) ଲୋକମାନେ ଗ୍ରହଣ କରିଥାନ୍ତି । ଏତଦ ବ୍ଯତୀତ ଚୂଡା , ମୁଢି ଓ ପଖାଳ ପ୍ରଭୁତି ଜିଲ୍ଲାର ଲୋକପ୍ରିୟ ଖାଦ୍ୟ । ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଚଣା, ବାଜରା , ବିନ , ଖମ୍ବଆଲୁ ଇତ୍ୟାଦି ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି ।

ପୋଷାକ

ସଂପ୍ରତି ଜିଲ୍ଲାର ଅଧିକାଂଶ ଲୋକ ୟୁରୋପିଆନ ଅର୍ଥାତ ବିଦେଶୀ ପୋଷାକ ପାଇଜାମା ଓ କୁର୍ତ୍ତା ପରିଧାନ କରିଥାନ୍ତି । ମଧ୍ୟବିତ୍ତ ଶ୍ରେଣୀର ପ୍ରୌଢ ବ୍ୟକ୍ତି ବିଶେଷ ଧୋତି ଓ କୁର୍ତ୍ତା ପିନ୍ଧୁଥିବାବେଳେ ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନେ କେବଳ ଧୋତି ନଚେତ କେତେବେଳେ କେମିତି କନ୍ଧରେ ଗାମୁଛା ବ୍ୟବହାର କରିଥାନ୍ତି ।

ସ୍ତ୍ରୀ ଲୋକମାନେ ସାଧାରଣତ୍ତ ଶାଢୀ ପିନ୍ଧିବାକୁ ଭଲପାଆନ୍ତି , ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ଲାଉଜ ଓ ଶାଢୀ ପରିଧାନ କରିଥାନ୍ତି । କିନ୍ତୁ ଜାତି ଜାତି ବର୍ଣ୍ଣ ବର୍ଣ୍ଣ ଭେଦରେ ନାରୀ ମାନଙ୍କର ପିନ୍ଧିବାର ଶୈଳୀରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଆଦିବାସୀ ମହିଳାମାନେ ଅଣ୍ଟାରେ ଛୋଟ କପଡା ପିନ୍ଧନ୍ତି । ମହିମା ସନ୍ୟାସୀ ମାନେ ସେମାନଙ୍କ ସ୍ଵଧର୍ମନୁ ସାରେ ଭିନ୍ନ ଭିନ୍ନ ପୋଷାକ ପରିଧାନ କରନ୍ତି । ବିଶେଷତ୍ତ ଗେରୁଆ ରଙ୍ଗର ବସ୍ତ୍ର ସେମାନଙ୍କର ପ୍ରଧାନ ପୋଷାକ ।

ଜିଲ୍ଲାରେ ନାରୀ ମାନଙ୍କର ଆଭୂଷଣ

ମୁଣ୍ଡ : ଖୋଦି କାଠି , ଚଉରୀ ମୁଣ୍ଡି , ବାଙ୍କ ଡେଉଁରିଆ , କିଆପତ୍ର , ସରୁକଣ୍ଠୀ, ଚମ୍ପାକଢି, ସୁଉଳି ହାର , ଅଧୁଲି ହାର , ଟଙ୍କାହାର ଇତ୍ୟାଦି ।
କାନ: ଫାଶିଆ , ନୋଥ , ଫୁଲି , ନାକଚଣା।
ହାତ : ଗଜରା, ବାତଫଳ , ତୀଖା, ପନି, ତଇତା, ବିଦା ।
ଗୋଡ : ଗୋଡ ମୁଦି , ବଳା, ପାଉଁଜି , ଝୁଣ୍ଟିଆ , ମାଳ।

ରାବଣଛାୟା

ALT   ALT  ALT  ALT  ALT

ଅନୁଗୋଳ ମଧ୍ୟ ରାବଣଛାୟା ନୃତ୍ୟ (କଣ୍ଢେଇ ନୃତ୍ୟ) ପାଇଁ ପ୍ରସିଦ୍ଧ । ସୂତା ଦ୍ଵାରା ପରିଚାଳିତ ଏହି କଣ୍ଢେଇ ନୃତ୍ୟର ନାଟ୍ୟଶାଳା ବହୁ ପ୍ରାଚୀନ । କେବଳ ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣାଟକ, ତାମିଲନାଡୁ, କେରଳ ଓ ମହାର।ଷ୍ଟ୍ରରେ ଉନ୍ନତମାନର ଦେଖିବାକୁ ମିଳେ । ପ୍ରତ୍ୟେକ ରାଜ୍ୟରେ ଏହାର ବୈଶିଷ୍ଟ, ପରିକଳ୍ପନା, ଶୈଳୀ, ରଙ୍ଗ ସଂଯୋଜନା ଏବଂ କାରସାଦି ନିଆରା । ଛାୟାନୃତ୍ୟ ନ।ଟ୍ୟଶାଳ। ରାବଣଛାୟା ନାମରେ ନାମିତ । ଏପରି ନାମକରଣ ହେବାର କାରଣ ଛାୟାକୁ ଅଶୁଭ କିମ୍ବା ଅମଙ୍ଗଳ ସୂଚକ ବୋଲି ମନେକର।ଯାଏ ଏବଂ ରାବଣର ଚରିତ୍ର ସହିତ ତୁଳନା କରାଯାଏ ଯିଏକି କ୍ଷତିକ।ରକ ଅଟେ । ଭାରତରେ ହେଉଥିବା ସମସ୍ତ ଶୈଳୀ ଠାରୁ ଏହା ନିଆରା ଏବଂ ସାଧାରଣ କାରଣ ଏଥିରେ ରଙ୍ଗ ଓ ନୃତ୍ୟ ଏବଂ ଯୁଦ୍ଧର କୌଣସି ଅନୁକ୍ରମ ନଥାଏ । ସମସ୍ତ ଶୈଳୀ ମଧ୍ୟରୁ ଅତି ସାଧାରଣ ଶୈଳୀରେ ଏହି ସମ୍ପୂର୍ଣ ଭିନ୍ନ ଅଙ୍କିତ ଚିତ୍ର ମ।ନ ବିଚିତ୍ର ରାମାୟଣର ବିଷୟବସ୍ଥୁକୁ ପରିବେଷଣ କରିଥାଆନ୍ତି । ଖଞ୍ଜଣି, ଗିନି ପରି ଯନ୍ତ୍ରମାନ ବଜାଇ ପରଦା ସମ୍ମୁଖରେ ଠିଆ ହୋଇ ସଙ୍ଗୀତଙ୍ଗ୍ୟ ମାନେ ସଙ୍ଗୀତ ପରିବେଷଣ କରନ୍ତି । ସୂତା ଦ୍ଵାରା ପରିଚାଳିତ ହେଉଥିବା ଏହି କଣ୍ଢେଇ ଚିତ୍ର ଗୁଡିକ ଭୂତ ସଦୃଶ ଚରିତ୍ର ଗୁଡିକ ହରିଣର ଚମଡାରେ ତିଆରି ହୋଇଥାଏ । ପ୍ରତ୍ୟେକ ସୂତା କଣ୍ଢେଇର ଚିତ୍ର ଗୁଡିକ ପତଳା ବାଉଁଶ ରଡ଼ ଦ୍ଵାରା ଏକ ଧଳା କପଡା ପଛରେ କ।ଇଦାରେ ଦୃଢ କରାଯାଇଥାଏ । ଚକଦ୍ଵାର। ସଂଯୁକ୍ତ ବିରାଟ ମ।ଟି ପ୍ରଦୀପଦ୍ଵାରା ଆଲୋକିତ କରାଯାଇଥାଏ ।