ଇତିହାସ

ଅନୁଗୋଳ

ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଭୂଖଣ୍ଡ ରୂପେ ସୁବିଦିତ । ପୁଣ୍ୟତୋୟ। ବ୍ରାହ୍ମଣୀ ଓ ସ୍ବଚ୍ଛସଲିଳ। ମହାନଦୀର ମଧ୍ୟବର୍ତ୍ତୀ ଏହି ପ୍ର।କୃତିକ ଶୋଭାମୟୀ ଭୂଖଣ୍ଡ ଅନୁଗୋଳ, ଅନୁଗୋଳ ଅଙ୍ଗୁଳିକ ପତ୍ତନ, ନବ ଅଙ୍ଗୁଳିକ ପତ୍ତନ, ଅଙ୍ଗୁଳପଟିକ।, ଅଙ୍ଗୁଳପତ।କ। ଆଦି ବହୁ ନାମରେ ଇତିହାସରେ ଲିପିବଦ୍ଧ । ପ୍ରାଚୀନ ଅଭିଲେଖ, ତାମ୍ରପତ୍ର, ଗ୍ରନ୍ଥ ଓ ବିବରଣୀ ପ୍ରଭୃତିରୁ ଅଣୁଗୋଲର ଗୌରବ ଉଜ୍ଜ୍ଵଳ ଐତିହ ସମ୍ପର୍କରେ ବହୁ ମହତ୍ତ୍ଵପୂର୍ଣ ସୂଚନା ଉପଲବ୍ଧି ହୋଇଥାଏ । ପ୍ରାତଃ ସ୍ମରଣୀୟ। ବୁଢୀ ଠାକୁରାଣୀ, ତାଳମୂଳର ଦୁର୍ଗ। ଓ ଦୁର୍ଗର ଭଗ୍ନାବଶେଷ, ପୁରୁଣାଗଡର ଜଗନ୍ନାଥ ଓ ମଦନମୋହନ, କୋଶଳ।ର ରାମଚଣ୍ଡୀ, ଗଡସନ୍ତ୍ରୀର ଲୋଭୀ ଠାକୁରାଣୀ, ସାଇଲଶ୍ରୀକ୍ଷେତ୍ରର ବଳୀୟାର ଭୁଜ, ସାତକୋଶିଆ ଗଣ୍ଡା ଓ ଟିକରପଡା ତଥା ପ୍ରାଚୀନ କୃଷ୍ଣଚକ୍ର ଚଡ ଏହାର ଗର୍ବ ଓ ଗୌରବ । ମହାନଦୀ ଓ ବ୍ରାହ୍ମଣୀର ମଧ୍ୟବର୍ତ୍ତୀ ଉପତ୍ୟ।କ।ରୁ ବହୁ ପରିମାଣରେ ପ୍ରସ୍ତର ଉପକରଣ ମିଳିଥିବାରୁ ପ୍ରମାଣିତ ହୁଏ । ଏହି ଭୂଖଣ୍ଡରେ ଆଦିମାନବ ର ସୃଷ୍ଟି ଓ ବିକାଶ ଘଟିଥିଲା । ବିଶେଷତଃ ଅନୁଗୋଳର କଳିଆକଟା, ଟିକରପଡା, ପରଙ୍ଗ, ଗୋଳାବନ୍ଧ ଓ କେରଜ।ଙ୍ଗ ପ୍ରଭୁତି ସ୍ଥାନରୁ ପ୍ରାଚୀନ ପ୍ରସ୍ତର ଯୁଗୀୟ ଓ ନୂତନ ପ୍ରସ୍ତର ଯୁଗୀୟ ଅସ୍ତ୍ରଶସ୍ତ୍ର ମିଳିଅଛି ।
ସ୍ଵାଧୀନତା ପରେ ଅନୁଗୋଳ ଓଡିଶାର ଏକ ପ୍ରମୁଖ ସହର ଭାବରେ ମର୍ଯ୍ୟାଦାବନ୍ତ । ଉନ୍ନତ ସଭ୍ୟତା , ସାହାବସ୍ଥାନ ମୂଳକ ସାମାଜିକ ରୀତି ନୀତି , ବିକାଶୋନ୍ମୁଖୀ ଧର୍ମଧାରା ଏହି ଅଭିଜାତ ସୌନ୍ଦର୍ଜ୍ୟ ଓ ବୌଦ୍ଧିକ ସୁଗନ୍ଧ ଭରା ପ୍ରଚୀନ ଭୂଖଣ୍ଡକୁ ସମୃଦ୍ଧ କରିପାରିଛି । ସଂକ୍ଷେପରେ ଉଲ୍ଲେଖ କଲେ ଅନୁଗୋଳ ଏକ ଗୌରବୋଜ୍ଜ୍ଵଳ ଐତିହ୍ୟରେ ବିଭୂଷିତ ହୋଇ ସଂପ୍ରତି ଏକ ବିଂଶ ଶତାଦ୍ଦୀରେ ଉପଗତ ।

ଆଠମଲ୍ଲିକ

ଇତିହାସରୁ ବିସ୍ମୃତ ବୁଢିଆଣୀ ଜାଲରୁ ଆଠମଲ୍ଲିକ କୁ ଆବିଷ୍କାର କଲେ ଜଣାପଡେ ଯେ ପ୍ରାୟ ଏକାଦଶ ଶତାବ୍ଦୀ ଆଡକୁ ଆଠ ଜଣ ମଲ୍ଲିକ ଏହାକୁ ଶାସନ କରୁଥିବାରୁ ଏହାରନାମ ଆଠମଲ୍ଲିକ ହେଲା। ଆଠମଲ୍ଲିକ ରାଜ ବଂଶ “କଦମ୍ବ ” ପରିବାରରୁ ଉଦ୍ଭବ ବୋଲି ଗଡଜାତ ଇତିହାସ ପର୍ଜ୍ଯାଲୋଚନା କଲେ ଜଣାଯାଏ । ଏହି “କଦମ୍ବ ଫୁଲ ଉପରେ ଏକ ଛତା ଓ ଦୁଇ ପାର୍ଶ୍ଵରେ ଦୁଇଟି ତରବାରୀ ।” ଦେବୀ ମହେଶ୍ଵରୀ ଉକ୍ତ ରାଜ ବଂଶର ଅଧିଷ୍ଠାତ୍ରୀ ଦେବୀ । ଐତିହାସିକ ଶ୍ରୀଯୁକ୍ତ ଭଣ୍ଡାରକରଙ୍କ ମତରେ କଦମ୍ବ ରାଜ ବଂଶ ମହିଶୂରରେ ଉତ୍ତର ପଶ୍ଚିମ ଅଞ୍ଚଳରେ ଶାସନ କରୁଥିଲେ ।
ଆଠମଲ୍ଲିକ ନାମକରଣ ସମ୍ପର୍କରେ ବିବିଧ ମତ ପୋଷଣ କରାଯାଇଛି । ଶାସନର ସୁବିଧା ପାଇଁ ରାଜା ବିଭିନ୍ନ ସ୍ଥାନରେ ଉପଶାସକମାନଙ୍କୁ ନିଯୁକ୍ତ କରିଥିଲେ । ତନ୍ମଧ୍ୟରୁ ଅନେକ ମଲ୍ଲିକ ଜାତୀୟ କ୍ଷତ୍ରିୟ ଥିବାରୁ ଅ।ଠମଲ୍ଲିକର ନାମକରଣ ତଦନୁଯାୟୀ ହୋଇଅଛି । ସେମାନେ ହେଲେ –

  1. ୧ ସଞ୍ଜ।ମୁର। – ପାଣ୍ଡବ ମଲ୍ଲିକ
  2. ୨ ବମୁର – ରାଜେନ୍ଦ୍ର ମଲ୍ଲିକ
  3. ୩ ମି6ଣ୍ଡ।ଳ – ଦାମୋଦର ମଲ୍ଲିକ
  4. ୪ ଜାମୁଡୋଲି – ବାଲାଜୀ ବିଶ୍ଵାଳ
  5. ୫ କଇଁତ୍ରାଗଡ – ଅଙ୍ଗଦ ଗଡ଼ତିଆ

ଅନ୍ୟ ତିନିଜଣଙ୍କ ନାମ ଏପର୍ଯ୍ୟନ୍ତ ମଧ୍ୟ ଲୋକଲୋଚନ ଅନ୍ତରାଳରେ । ଅ।ଠମଲ୍ଲିକରେ ଥିବା ଦେଉଳଝରି ଉଷ୍ଣପ୍ରଶବଣ ରାଜ୍ୟରେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ।
ସର୍ବପରି ଅ।ଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ” ମା ମ।ହେଶ୍ଵରୀ ” ସମସ୍ତଙ୍କର ଶୁଭକାଂକ୍ଷିଣୀ । ମ।ହେଶ୍ଵରୀଙ୍କ ସ୍ଵର୍ଣପ୍ରତିମା ସହିତ ଦୋଳଗୋବିନ୍ଦ ପ୍ରତିମାର ଏକ ଅପୂର୍ବ ସମନ୍ଵୟ ଦେଖିବାକୁ ମିଳେ । କାରଣ ଏକାଦଶ ଭୁଜ। ମା’ ମ।ହେଶ୍ଵରୀ ତାନ୍ତ୍ରିକ ମତରେ ପୂଜା ପାଉଥିବା ସ୍ଥଳେ ଦୋଳଗୋବିନ୍ଦଙ୍କ ମୁର୍ତ୍ତୀ ତାଙ୍କ ନିକଟରେ ଅବସ୍ଥାପିତ କରାଯାଇଅଛି । ନିକଟରେ ରାଣୀଦୁର୍ଗ।, ବନଦୂର୍ଗା, ମହାକାଳୀ, ଖମ୍ବେଶ୍ଵରୀ, ନାରାୟଣୀ, ମହାଲକ୍ଷ୍ମୀ, ମହାକାଳ ଓ ଭୈରବୀ ଆଦି ବହୁ ଧାତୁ ମୁର୍ତ୍ତୀ ପୂଜା ପାଉଅଛି ।

ତାଳଚେର

ବ୍ରାହ୍ମଣୀ ନଦୀ ଉପଖଣ୍ଡ ଘନ ସବୁଜମୟ ଅରଣ୍ୟ ଓ ସୁଦୂର ପର୍ବତମାଳ।ର ସୁନ୍ଦର ପରିବେଷ୍ଟନୀ ମଧ୍ୟରେ ଏହି ଗଡଜାତର ଉତ୍ପତ୍ତି ସମ୍ବନ୍ଧରେ ଅନେକ ଆଲୋଚନା ଓ ପର୍ଜ୍ୟାଲୋଚନ। ହୋଇଯାଇଛି ।ଏହି ରାଜ୍ୟର ନିବିଡ ଅରଣ୍ୟରେ ବୋଇତା ସବରମାନେ ବସବାସ କରୁଥିଲେ । ଚତୁର୍ଦ୍ଦଶ ଶତାବ୍ଦୀର ପ୍ରାରମ୍ଭରେ କୃଷିଜୀବୀ ପଞ୍ଚଡିହ ଚଷାମାନେ ଏ ଅଞ୍ଚଳକୁ ଆସି ଚାଷୋପଯୋଗୀ ସ୍ଥାନମାନଙ୍କରେ ବାସସ୍ଥାନମ।ନ ନିର୍ମାଣ କରି ସେମାନଙ୍କର ଜୀବିକା ଆରମ୍ଭ କଲେ । ରାଜା ପଦ୍ମନାଭ ନିଜ ରାଜତ୍ଵ ସମୟରେ ଏକଦା ବ୍ରାହ୍ମଣୀ ନଦୀ ପର ହୋଇ ମୃଗୟା ଉଦ୍ଦେଶ୍ୟରେ ପଶ୍ଚିମାଭିମୁଖୀ ହୋଇ ବର୍ତ୍ତମାନର ରାଜପ୍ରାସାଦ ନିକଟରେ ପହଞ୍ଚିଲେ । ବଣ ଭିତରେ ଶିକାର କରିବା ସମୟରେ ଦେଖିଲେ ବ୍ରାହ୍ମଣୀ ନଦୀକୂଳରେ ଥିବା ତ।ଳେଶ୍ଵରୀ ଦେବୀଙ୍କ ପୀଠ ନିକଟରେ ସାଙ୍ଗରେ ନେଇଥିବା ଶିକାରୀ କୁକୁରକୁ ଗୋଟିଏ ଠେକୁଆ ଆକ୍ରମଣ କରିବାରୁ ଶିକାରୀ କୁକୁର ଭୟରେ ପଳାୟନ କଲା । ଫଳରେ ଏହି ସ୍ଥାନ ଉତ୍କୃଷ୍ଟ ଓ ସିଂହମାଟି ବିବେଚନା କରି ବ୍ରାହ୍ମଣୀ କୂଳରେ ରାଜ୍ୟର ରାଜଧାନୀ ସ୍ଥାପନ କରିବା ପାଇଁ ମନସ୍ଥ କଲେ ଏବଂ ସେଠାରେ ଏକ ଦୁର୍ଗ ନିର୍ମାଣ କଲେ । ମାତ୍ର ସେଠାରେ ଖଣ୍ଡୁଆଳ ଜମିଦାର ରାଜାଙ୍କ ପ୍ରବେଶ ଦ୍ଵାର ଅବରୋଧ କରିବାରୁ ପଦ୍ମନାଭ ପୁନଶ୍ଚ ଅରଣ୍ୟ ମଧ୍ୟକୁ ନୈରାଶ୍ୟ ହୃଦୟରେ ପ୍ରବେଶ କଲେ । ଏପରି ଭ୍ରମଣ ସମୟରେ ଅରଣ୍ୟରେ ନିଦ୍ରା ଯିବା ବେଳେ ରାଜା ପଦ୍ମନାଭଙ୍କୁ ପୀଠ ଦେବୀ ହିଙ୍ଗୁଳ।ଙ୍କ ସ୍ଵପ୍ନାଦେଶ ହେଲା – “ତୁମ୍ଭେ ଯଦି ମୋତେ ଏବଂ ତ।ଲେଶ୍ଵରୀ ଦେବୀଙ୍କୁ ପୂଜାପୂର୍ବକ ଯୁଦ୍ଧଯାତ୍ରା ଆରମ୍ଭ କରିବ, ତେବେ ହିଁ ଶତୃମାନଙ୍କ ବିନାଶ କରିପାରିବ ଓ ଯୁଦ୍ଧରେ ଜୟଯୁକ୍ତ ହେବ । ବିଜଯ ପରେ ଏ ସ୍ଥାନର ନାମକରଣ ତାଳଚେର ରଖିବ” । ବ୍ରାହ୍ମଣୀ ନଦୀ ତଟସ୍ତ ତାଳପୀଠ ତଳେଶ୍ଵରୀଙ୍କୁ ପୂଜା କରି ଏହି ରାଜ୍ୟ ଲାଭ ହେବାରୁ ରାଜା ପଦ୍ମନାଭ ଏହି ରାଜ୍ୟର ନାମ ‘ତାଳଚେର’ ଦେଲେ ।

ପାଲଲହଡା

କୁହାଯାଏ ଯେ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ପାଳଲହଡା ରାଜ୍ୟ ଧର ନଗର ର ସନ୍ତୋଷ ପାଳଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ସନ୍ତୋଷ ତାଙ୍କ ଅନୁଗାମୀ ମାନଙ୍କ ସହିତ ପୁରୀ ତୀର୍ଥଯାତ୍ରରୁ ଫେରୁଥିବା ସମୟରେ ପ।ଳଲହଡାର ସବର, କନ୍ଧ, ମହ୍ଲାର ଏବଂ ଝର।ମାନଙ୍କର ନେତୃତ୍ଵ ବହନ କରିବା ପାଇଁ ମନୋନୀତ ହୋଇଥିଲେ । ସେତେବେଳେ ପାଳଲହଡାକୁ ଲହଡା ବୋଲି କୁହାଯାଉଥିଲା । ସେ ଲହଡା ଠାରେ ଅବସ୍ଥାନ କରିଥିଲେ ଏବଂ ଆଦିମ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ ଜାତି ମାନଙ୍କୁ ଦମନ କରିଥିଲେ ଯେଉଁମାନେ ଚେଷ୍ଟା କରୁଥିଲେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ । ତାଙ୍କର ନାମ ଥିଲା ସନ୍ତୋଷ ଏବଂ ଶିରୋନାମା ହେଲା ପାଳ କାରଣ ସବର ମାନେ ତାଙ୍କୁ ଏକ ପାଳ ଗଦା ଭିତରେ ଲୋଚ।ଇ ରଖିଥିଲେ । ଯେଉଁମାନେ ତାଙ୍କ ଅନୁଗାମୀ ମାନଙ୍କ ସହିତ ଯୁଦ୍ଧ କରୁଥିଲେ ସେମାନେ ସମସ୍ତେ ପରାସ୍ତ ଏବଂ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେଲେ । ପ୍ରଥମେ ସନ୍ତୋଷ ପାଳ “ଗଣେଶ୍ଵର ପାଳ” ଉପ।ଧି ଧାରଣ କରିଥିଲେ ଯେତେବେଳେ ସେ ରାଜା ହେଲେ । ଆନୁକ୍ରମିକ ଭାବରେ ପ।ଳଲହଡାର ସିଂହାସନ ପ୍ରାପ୍ତ ହେଉଥିବା ମୁଖିଆ ମାନେ “ଗଣେଶ୍ଵର ପାଳ” ଏବଂ “ମୁନି ପାଳ” ଉପାଧିରେ ବିକଳ୍ପ ଭାବରେ ଅବସ୍ଥାପିତ ହେଉଥିଲେ । ଏହି କାରଣରୁ ଶାସନ କରୁଥିବା ରାଜବଂଶର ନାମ ରଖାଗଲା । ପାଳ ରାଜବଂଶ ଏବଂ ରାଜ୍ୟର ସବର ମାନଙ୍କୁ ତଥାପି ରାଜନିର୍ମାତା ଭାବେ ବିବେଚନା କରାଯାଏ ।